-->

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ୧୦୨୪ ଜଣ ସଂକ୍ରମିତ

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି  ୧୦୨୪ ଜଣ ସଂକ୍ରମିତ 


୨୭ରେ ପହଞ୍ଚିଲା କରୋନା ମୃତ୍ୟୁ । ଦେଶରେ କରୋନା ସଂକ୍ରମଣରେ ଗଲା ୨୭ ଜଣଙ୍କ ଜୀବନ । ଭାରତରେ ଧୀରେ ଧୀରେ ବଢ଼ୁଛି କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ।

ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଏଯାଏଁ ୨୭ ଜଣଙ୍କ ଜୀବନ ଯାଇଥିବା ବେଳେ ୧୦୨୪ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସେହିପରି ବର୍ତ୍ତମାନ ସୁଦ୍ଧା ୯୬ ଜଣ ସୁସ୍ଥ ହୋଇ ଫେରିଥିବା ସୂଚନା ଦେଇଛି ମନ୍ତ୍ରାଳୟ ।
କରୋନାରେ ଏବେ ସୁଦ୍ଧା ବିଶ୍ୱର ୧୯୯ଟି ଦେଶର ୬ ଲକ୍ଷ ୭୯ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୩୧ ହଜାର ୧୭୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧ ଲକ୍ଷ ୪୬ ହଜାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅର୍ଥାତ ଏବେ ୫ଲକ୍ଷ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଆମେରିକାରେ ସର୍ବାଧିକ ୧ ଲକ୍ଷ ୨୩ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି ।

You may like these posts

  1. To insert a code use <i rel="pre">code_here</i>
  2. To insert a quote use <b rel="quote">your_qoute</b>
  3. To insert a picture use <i rel="image">url_image_here</i>